ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ୨ ଟଙ୍କା ଫି’ ପୈଠ କରି ଅଭିଯୋଗ କରିପାରିବେ ଏଜେଂଟ୍ । ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । ଅଭିଯୋଗ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୋଲିସରେ ଜିମା ଦିଆଯିବ ।

Comments are closed.