ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ନିଲମ୍ବିତ

ଭୁବନେଶ୍ୱର – ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିର ବିଭିନ୍ନ ଶାଖାରୁ ନେତାମାନଙ୍କୁ ନିଲମ୍ବନ କରାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ବିକାଶ ତରାଇଙ୍କୁ ନିଲମ୍ବିକ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବିକାଶ ତରାଇଙ୍କୁ ନିଲମ୍ବନ କରିଛନ୍ତି ।

ବିଜୁ ଯୁବ ଜନତା ଦଳର ଯୁଗ୍ମ ସଂପାଦକ ଦୀପକ ସାମନ୍ତରାୟଙ୍କୁ ବି ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ତାଙ୍କୁ ନିଲମ୍ବିତ କରିଛନ୍ତି ।

Comments are closed.