ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ ଅଫିସରଙ୍କ ସମେତ ୨ ଗିରଫ

ଭଦ୍ରକ- ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ସାମ୍ନାକୁ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ପୋଲିସ ପ୍ରମାଣ ଅନୁସାରେ, ମାନସକୁ ମାଡ ମାରିବା, ନିର୍ଯ୍ୟାତନ ଦେବା ଏବଂ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ରହିଛି । ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ରାଜ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକଙ୍କୁ ବି ଗିରଫ କରାଯାଇଛି । ମାନସ ହତ୍ୟା ମାମଲାରେ ଏଯାଏ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Comments are closed.