ରାଜ୍ୟର ୫ ମହାନଗର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ବର- ବିଧାନସଭାରେ ପାରିତ ହୋଇଛି ପୌର ବିଲ୍‌ । ମହାନଗର ନିଗମ ଅଧିନିୟମ 2003 ସଂଶୋଧନ ପରେ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ।
ପୌର ବିଲ୍‌ ଯୋଗୁଁ 5ଟି ମହାନଗର ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 2 ଲକ୍ଷ 40 ହଜାର ବସ୍ତିବାସିନ୍ଦା ପରିବାରକୁ ମିଳିବ ଏହି ସୁବିଧା । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ମହାନଗର ନିଗମ ଅଞ୍ଚଳରେ 9 ଲକ୍ଷ 70 ହଜାର ବସ୍ତି ବାସିନ୍ଦା ଏହି ବିଲ ଦ୍ବାରା ଉପକୃତ ହେବେ ।ଏହି ବିଲ୍‌ ପାରିତ ହେବାପରେ ବସ୍ତି ବାସିନ୍ଦାଙ୍କ ପାଇଁ ବିଜୁ ଆଦର୍ଶ କଲୋନୀ କରାଯିବ । ବସ୍ତି ଅଞ୍ଚଳରେ 30 ବର୍ଗ ମିଟର ଜାଗା ଯୋଗାଇଦେବେ ରାଜ୍ୟ ସରକାର । ସେହିପରି ଅନ୍ୟମାନେ ବେଞ୍ଚମାର୍କ ମୂଲ୍ୟରେ ଜମି କିଣିପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦିଆଯିବ । ଯେଉଁମାନେ 4 ମାସ ମଧ୍ୟରେ ଗୃହ ନିର୍ମାଣ ସାରିବେ ସେମାନଙ୍କୁ 20 ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଯେଉଁମାନେ 6 ମାସ ମଧ୍ୟରେ ଗୃହ ନିର୍ମାଣ କରିବେ ସେମାନଙ୍କୁ 10 ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।

Comments are closed.