ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ନବୀନଙ୍କ ଆଲେଚନାର ଆଜି ଶେଷ ଦିନ

ଭୁବନେଶ୍ୱର – ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ଜାରି ରହିଛି ପାର୍ଟି ମୁଖିଆଙ୍କ ଆଲୋଚନା। ଆଜି ଶେଷ ଦିନରେ ବାକି ଥିବା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମୀକ୍ଷା କାର୍ଯ୍ୟକ୍ରମ ରହିଛି। ସୁପ୍ରିମୋଙ୍କୁ ରିପୋର୍ଟ ଦେବାକୁ ପ୍ରସ୍ତୁତି କରିଛନ୍ତି ପର୍ଯ୍ୟବେକ୍ଷକ । ଗତ ପଞ୍ଚାୟତ ଓ ପଉର ନିର୍ବାଚନରେ କେମିତି ଓ କାହା ପାଇଁ କିଛି ସ୍ଥାନରେ ପରାସ୍ତ ହୋଇଥିଲା ଦଳ, ସେ ନେଇ ନବୀନଙ୍କ ଆଗରେ ସମସ୍ତ ତଥ୍ୟ ରଖିବେ ପର୍ଯ୍ୟବେକ୍ଷକ । ରିପୋର୍ଟ ଆଧାରରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଭଲ କାମ କରିଥିବା ନେତା ଓ କର୍ମୀଙ୍କୁ ପୁରସ୍କାର ବି ମିଳିପାରେ । ଗତ ଦୁଇଦିନର ସମୀକ୍ଷାରେ ପର୍ଯ୍ୟବେକ୍ଷକଙ୍କ ସହିତ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ନବୀନ । କିଛି ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିର୍ବାଚନ ସମୟରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏବେବି କିଛି ଦଳ ବିରୋଧୀ ନେତା ରହିଯାଇଛନ୍ତି । ସେମାନଙ୍କୁ ଚିହ୍ନଟ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ପର୍ଯ୍ୟବେକ୍ଷକଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.