ବିଷ ପିଇ ଜୀବନ ହାରିଲେ ମା’ ପୁଅ

ରାୟଗଡ଼ା – ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଝିମିରିପେଟା ଗାଁରେ ଅଭାବନୀୟ ଘଟଣା । ବିଷ ପିଇ ମା’ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଇପିଏଲ ବେଟିଂରେ ବିପୁଳ ପରିମାଣର ଅର୍ଥ ହାରିବା ପରେ ଉଭୟ ମା’ ପୁଅ ବିଷ ପିଇ ଦେଇଥିବା କୁହାଯାଉଛି । ଗତକାଲି ମା’ ପୁଅ ବିଷ ପିଇ ଦେଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ପୁଅର ମୃତ୍ୟୁ ଘଟିଥିଲା । ଆଜି ସକାଳେ ମା’ର ମୃତ୍ୟୁ ଘଟିଛି ।

୩ ଦିନ ତଳେ ବେଟିଂରେ ଲାଗିଥିବା ଟଙ୍କା ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ । ସେମାନଙ୍କ ସହ ପାଟିତୁଣ୍ଡ କରିବା ସହ ଘରର କିଛି ମୂଲ୍ୟବାନ ଜିନିଷ ଉଠାଇନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ଟଙ୍କା ହରାଇବାକୁ ନେଇ ଦୁଃଖରେ ଉଭୟ ବିଷ ପିଇ ଦେଇଥିବା ସୂଚନା ମଳିଛି ।

Comments are closed.