ଠାକୁରମୁଣ୍ଡାରେ ସଡକ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ତରାମରା ନିକଟରେ କଲଭର୍ଟରେ ଏକ ବୋଲେରୋ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୦)। ବୋଲେରୋରେ ଥିବା ଚାଳକଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନେ ଗୋଡ଼ଭଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି। ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଲୋକମାନେ ଏକ ବାହାଘରୁସଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Comments are closed.