ଶରୀରର କେଉଁଠାରେ ଆତ୍ମା ନିବାସ କରିଥାଏ ?

ଆଜିର ସମାଜରେ ବିଜ୍ଞାନ ଏବଂ ଅଧ୍ୟାତ୍ମିକତା ମଧ୍ୟରେ ସର୍ବଦା କିଛି ପାର୍ଥକ୍ୟ ପରିଲକ୍ଷିତ । ଏହା ମଧ୍ୟରୁ ଏକ ପ୍ରମୁଖ ବିଷୟ ଅଟେ ଆତ୍ମା । ଗୋଟିଏ ପଟେ ବିଜ୍ଞାନ ଆଜି ପର୍ଯ୍ୟନ୍ତ ଏହି ତତ୍ତ୍ୱ ଉପରେ କୌଣସି ସିଦ୍ଧାନ୍ତ ରେ ପହଞ୍ଚି ପାରିନାହିଁ । ଏବଂ ଏହାର ଅନୁସନ୍ଧାନ ଆଜିବି ଚାଲିଛି । ହିନ୍ଦୁ ପୁରାଣ ମଧ୍ୟରୁ ଗରୁଡ ପୁରାଣରେ ଏହାର ବର୍ଣ୍ଣନା କ୍ରମାନ୍ଵୟରେ କୁହାଯାଇଅଛି । ଯଥା ଆତ୍ମା କଣ ଅଟେ ? ତାହାକୁ ମୁକ୍ତି କିଭଳି ମିଳିଥାଏ ଇତ୍ୟାଦି ?

ସେ ପରଲୋକ କେବେ ଯାଇଥାଏ ? ଏଥି ସହିତ ଜଡିତ ଆଉ ଏକ ପ୍ରଶ୍ନ ଏହା ଯେ ଶରୀରରେ କେଉଁ ଅଙ୍ଗ ରେ ଆତ୍ମା ରହିଥାଏ । ଗରୁଡ ପୁରାଣ ଅନୁସାରେ ଜୀବନ ମୃ-ତ୍ୟୁ ମଧ୍ୟରେ ଥିବା ରହସ୍ୟ କୁ ବର୍ଣ୍ଣନା କରାଯାଇଅଛି । ଆକର୍ଷିତ ଆତ୍ମା ମାଙ୍କ ଗର୍ଭ ନିକଟରେ ଘୁରି ବୁଲୁଥାଏ ଏବଂ ନିଜର ଶକ୍ତି ଦ୍ଵାରା ପ୍ରଭାବ ପକାଇଥାଏ । ଆତ୍ମା ଜୀବକୋଷ ର ବିଭାଜନ ର ଶକ୍ତି କୁ ବଢାଇ ଦେଇଥାଏ । ଏହି ସମୟରେ ଯେଉଁ ମହତ୍ଵପୂର୍ଣ୍ଣ ଅଙ୍ଗ ର ଗଠନ ହୁଏ ତାହା ହେଉଛି ହୃଦୟ ।

ଏହାପରେ ଧୀରେ ଧୀରେ ଏଥିରେ ଅନ୍ୟ ଅଙ୍ଗର ବିକାଶ ହୋଇଥାଏ । ଯେବେ ଭ୍ରୁଣ ଉତ୍ପାଦିତ ହୁଏ, ଏବଂ ମସ୍ତିଷ୍କ ର ଗଠନ ଭଲ ଭାବରେ ହୋଇଥାଏ, ଏହାପରେ ବ୍ରହ୍ମ ରନ୍ଦ୍ର ର ନିର୍ମାଣ ହୋଇଥାଏ । ରନ୍ଦ୍ର ଏକ ସଂସ୍କୃତ ଶବ୍ଦ ଅଟେ । ବ୍ରହ୍ମରନ୍ଦ୍ର ବାସ୍ତବରେ ମସ୍ତିଷ୍କ ର ସର୍ବଉଚ୍ଚ ଜାଗାରେ ରହିଥାଏ ।

ଯେଉଁଠାରେ କୁଣ୍ଡଳିନୀ ଯୋଗ ର ନିୟମିତ ଅଭାବ ରୁ ପ୍ରଭାବ ପଡିଥାଏ । ଏହା ଶରୀରର ସେହି ସ୍ଥାନ ଅଟେ ଯାହାଦ୍ଵାରା ଜୀବନ ଭ୍ରୁଣ ରେ ଆସିଥାଏ । ଯେଉଁ ସମୟରେ ବ୍ରହ୍ମରନ୍ଦ୍ର ସଂପୂର୍ଣ୍ଣ ଭାବରେ ବିକଶିତ ହୋଇଥାଏ, ଆତ୍ମା ସେହି ୧୨ ବିନ୍ଦୁ ମଧ୍ୟ ଦେଇ ପ୍ରବେଶ କରିଥାଏ । ଏହା ଭ୍ରୁଣ ର ବିକଶିତ ହେବାର ୩ ମାସ ମଧ୍ୟରେ ହୋଇଥାଏ । ମହାଯୋଗୀ ବ୍ୟକ୍ତି ଉକ୍ତ ସ୍ଥାନରେ ଧ୍ୟାନ କେନ୍ଦ୍ରିତ କରି ପ୍ରାଣ ବାହାର କରି ମୁକ୍ତି ହୋଇଥାନ୍ତି ।

ବାସ୍ତବ ରେ ଆତ୍ମା ର ବାସ ହୃଦୟରେ ହୋଇଥାଏ । ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଆତ୍ମା ରହିଥାଏ । ଏବଂ ହୃଦୟ ଦ୍ଵାରା ହିଁ ସେ ଆମର ସବୁ ତନ୍ତ୍ର ଏବଂ ଆୟାମ ପର୍ଯ୍ୟନ୍ତ ପହଞ୍ଚିଥାଏ । ଯାହାକୁ ଆମେ ଅନୁଭବ କରି ପାରିନଥାଉ । ଭୌତିକ ସୁଖ ଆୟାମ କୁ ନିର୍ମାଣ କରିବାକୁ ହୋଇଥାଏ ।

ଯେବେ ଆମ୍ଭର ଯାତ୍ରା ହୃଦୟରୁ ଆରମ୍ଭ ହୋଇଥାଏ ତେବେ ତାହାର ଅର୍ଥ ହେଲା ଆମ୍ଭର ଶକ୍ତି ଉତ୍ତର ଆଡକୁ ଚାଲିବାକୁ ପଡିଥାଏ । ଯେଉଁ ଆତ୍ମା ଆମ୍ଭ ହୃଦୟରେ ରହିଥାଏ, ସେଠାରୁ ଶକ୍ତି ବିନା କୌଣସି ବାଧାବିଘ୍ନ ଦ୍ଵାରା ସବୁ ଚକ୍ର ମଧ୍ୟରେ ପହଞ୍ଚିଥାଏ । ଆମ୍ଭ ଶରୀରରେ ୧୧୪ ଚକ୍ର ଅଛି ସେଥି ମଧ୍ୟରୁ ଅନ୍ତିମ ଦୁଇ ଚକ୍ର ବାହାରେ ଅବସ୍ଥିତ ଅଛି ।

ବ୍ରହ୍ମଉପନିଷେଧ ରେ ଆତ୍ମା ର ୩ ଅବସ୍ଥା କୁହାଯାଇଅଛି, ତାହା ହେଉଛି ଜାଗ୍ରତ, ସ୍ଵପ୍ନ, ସୂତିପ୍ତ, ଏବଂ ତୁରୀୟ ଅବସ୍ଥା । ଜାଗ୍ରତ ଅବସ୍ଥା ରେ ଜୀବାତ୍ମା ର ବାସ ନୟନ ମଧ୍ୟରେ, ସ୍ଵପ୍ନ ଅବସ୍ଥା ରେ କଣ୍ଠରେ, ଏବଂ ସୂତିପ୍ତ ଅବସ୍ଥାରେ ହୃଦୟରେ ହୋଇଥାଏ । ଯୋଗିଗଣ ନିଜର ଯୋଗ ସାଧନ ଦ୍ୱାରା ଏହାକୁ ଅନୁଭଵ କରି ପୁରାଣ ର ଏହି ବାସ୍ତବ ତତ୍ତ୍ୱକୁ ପ୍ରତିପାଦିତ ମଧ୍ୟ କରିଛନ୍ତି। ଶରୀର ର ପ୍ରତ୍ୟେକ ତନ୍ତ୍ରୀରେ ପ୍ରାଣ ଶକ୍ତିର ସଂଚାର ଫଳରେ ତାହା କାର୍ଯ୍ୟକ୍ଷମ ହୋଇଥାଏ। ଯେଉଁ ଅଙ୍ଗରେ ଏହା କାର୍ଯ୍ୟ କରିନଥାଏ ତାହା ନିର୍ଜୀବ ସମ ପଡିରହେ। ତାହାକୁ ଆଧୁନିକ ଚିକିତ୍ସା ଭାଷାରେ ବିଭିନ୍ନ ନାମରେ ଚିକିତ୍ସା ଶାସ୍ତ୍ର ନିରୂପଣ କରିଥାନ୍ତି।

(ସଂଗୃହିତ )

Comments are closed.