ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ଖୁବ ଶୀଘ୍ର ସିଧାସଳଖ ବିମାନସେବା : ମୁଖ୍ୟମନ୍ତ୍ରୀ

ଦୁବାଇ – ଖୁବ ଶୀଘ୍ର ଦୁବାଇ ଓ ଭୁବନେଶ୍ଵରର ମଧ୍ୟରେ ସିଧାସଳଖ ଉଡିବ ବିମାନ। ଦୁବାଇରେ ଆଜି ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ପ୍ରବାସୀ ଓଡ଼ିଆ। ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିସାରିଛନ୍ତି ବୋଲି ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ। ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି।

Comments are closed.