ଦିନକ ପରେ ରଥଯାତ୍ରା, ଦୁଇ ବର୍ଷର କୋଭିଡ କଟକଣା ପରେ ସଜେଇ ହେଉଛି ପୁରୀ ସହର

ଆଉ ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ପୁରୀ ସହର। ରଥ ପଥ ସବୁକିଛି ପ୍ରସ୍ତୁତି ର ଅନ୍ତିମ ପର୍ଯୟରେ। ଲକ୍ଷ ଲକ୍ଷ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ଚର୍ମ ନେତ୍ରରେ ଦର୍ଶନ କରିବେ ତାଙ୍କର ଭାବର ଠାକୁର କାଳିଆ ସାଆନ୍ତ ଙ୍କୁ। ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ବାଧକ ସାଜିଥିଲା। ଫଳ ସ୍ୱରୂପ ପ୍ରତ୍ୟକ୍ଷ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ ଭକ୍ତ। ରାଜ୍ୟ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଓଡ଼ିଶାରେ ଏବେ ନିୟନ୍ତ୍ରଣାଧିନ ରହିଛି ଏହି ରୋଗ। ତେଣୁ ରାଜ୍ୟର ଜନ କଲ୍ୟାଣ ସରକାର ନିଷ୍ପତ୍ତି ନେଇଛନ୍ତି ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଭକ୍ତଙ୍କ ମେଳରେ ସମାହିତ ହେବ। ଭକ୍ତ ବତ୍ସଳ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭକ୍ତଙ୍କୁ ସଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ନବଦିନ ଯାତ୍ରା କରିବେ।

ଅନନ୍ୟ ଏ ପରମ୍ପରା ଅବର୍ଣ୍ଣନୀୟ ଏ ଯାତ୍ରା। ରତ୍ନ ସିଂହାସନ ପରିତ୍ୟାଗ କରି ଚତୁର୍ଦ୍ଧା ବିଗ୍ରହ ଓଲ୍ହାଇ ଆସିବେ ବଡ଼ଦାଣ୍ଡ କୁ। ଭକ୍ତ ଓ ଭଗବାନ ଏକାକା ର ହୋଇଯିବେ ଏ ମର୍ତ୍ତ୍ୟ ବୈକୁଣ୍ଠରେ। ଭକ୍ତଙ୍କ ସମାଗମ ରେ ଘରଘର ନାଦ କରି ବଡ଼ଦାଣ୍ଡ ର ବିଶାଳ ବକ୍ଷରେ ସୁବିଶାଳ ରଥତ୍ରୟ ଗଡି ଚାଲିବ। ପୁରାଣ ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିର କୁ। ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରା କୁ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିଶ୍ଚିତ ଅସଂଖ୍ୟ ଜନ ସମାଗମ ହେବା ଆଶା କରାଯାଏ। ତେଣୁ ଏହାର ସୁଗମ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ସର୍ବୋପରି ରାଜ୍ୟ ସରକାର ଏଥିପାଇଁ ଯତ୍ନବାନ ହୋଇ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି।

ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ସମସ୍ତ ଜଗନ୍ନାଥ ସେବକ ମାନଙ୍କର ସ୍ୱତନ୍ତ୍ର କୋଭିଡ ପରୀକ୍ଷା କରାଯାଇଛି। ଏହାସହ ସମସ୍ତ ଭକ୍ତ ଙ୍କ ସହିତ ସମ୍ପୃକ୍ତ ସେବକ ମାନଙ୍କୁ ବାଧ୍ୟତା ମୂଳକ ମାସ୍କ ବ୍ୟବହାର ପାଇଁ ନିବେଦନ କରାଯାଇଛି। ଏଥିପାଇଁ ସମ୍ପୂର୍ଣ୍ଣ ନିଶୁଳ୍କ ରେ ସମସ୍ତଙ୍କୁ ମାସ୍କ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ବହିରାଗତ ଭକ୍ତ ତଥା ସେବକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳର ଵ୍ୟଵସ୍ଥା କରାଯାଇଛି। ସ୍ବେଛାସେବୀ ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅସୁସ୍ଥ ଭକ୍ତ ଙ୍କ ପାଇଁ ଆମ୍ବୁଲାନ୍ସ ତଥା ଆଶୁ ଚିକିତ୍ସା କେନ୍ଦ୍ର ର ବ୍ୟବସ୍ଥା ରହିଛି। ଦମକଳ ବିଭାଗ ପକ୍ଷରୁ ଜଳ ସିଞ୍ଚନ ର କାର୍ଯ୍ୟକ୍ରମ ରହିଛି। କେତେକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନିଶୁଳ୍କ ପ୍ରସାଦ ବଣ୍ଟନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସହରରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ବିହିତ ବ୍ୟବସ୍ଥା ସହିତ ଆବଶ୍ୟକ ଜେନେରେଟର ବ୍ୟବସ୍ଥା କରାଯାଇଛି। ପୁରୀ ମ୍ୟୁନିସିପାଳିଟି ପକ୍ଷରୁ ଯାତ୍ରା ଅବଧି ପରିମଳ ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ପ୍ରଥମ କରି ଦିବ୍ୟଙ୍ଗ ଙ୍କ ପାଇଁ ପୁରୀ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ରେ ରଥ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ର ବ୍ୟବସ୍ଥା ରହିଛି।ଏହାସହ ଆଇନି ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଆର୍ପିଏଫ, ଆର୍ମଡ଼ ଫୋର୍ସ, ବରିଷ୍ଠ ତଥା ଅଭିଙ୍ଗ ପୋଲିସ ଅଫିସର, ବମ ସ୍ୱକାର୍ଡ ତଥା ଗୃହରକ୍ଷୀ ବାହିନୀ ଙ୍କୁ ନିଯୁକ୍ତି କରାଯାଇଛି। ରାଜ୍ୟ ସରକାର ଏହି ମହାନ ଗଣ ପର୍ବ କୁ ଶୃଙ୍ଖଳା ର ସହିତ ସମ୍ପର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି। ଶେଷରେ ରାଜ୍ୟର ବୁଦ୍ଧି ଯିବି, ନାଗରିକ ,ସାମ୍ବାଦିକ ଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Comments are closed.