ଆସନ୍ତା ୬ ତାରିଖରେ ମାଟ୍ରିକ ଫଳ

ଭୁବନେଶ୍ବର – ମାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ। କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍‌ ପରୀକ୍ଷା । ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍‌ ପରୀକ୍ଷା। ସୁରୁଖୁରୁରେ ପରୀକ୍ଷା ସରିଥିବା ବେଳେ ଖାତାଦେଖା ଓ ଟାବୁଲେସନ୍‌ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍‌ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ କରାଯାଇଛି।

Comments are closed.