ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ବଡ଼ ସୁରାକ ପାଇଥିବା ନେଇ ପୋଲିସର ଦାବି

ଭୁବନେଶ୍ବର – ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳା ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ବଡ଼ ସୁରାକ ମିଳିଥିବା ଦାବି କରିଛି ପୋଲିସ । ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୋଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ରାଗିଙ୍ଗ ବିଷୟ ଉଲ୍ଲେଖ ଅଛି । ୩ ଜଣ ସିନିୟରଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସୁଇସାଇଡ ନୋଟ୍ ରେ ଲେଖା ଅଛି। ତେବେ ସେହି ତିନି ସିନିୟର କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେ ନେଇ କମିସନରେଟ୍ ପୁଲିସକୁ ଆଜି ଏକ ବଡ ପ୍ରମାଣ ମିଳିଛି। ଜେରା ସମୟରେ ରୁଚିକା ସୁଇସାଇଡ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟରଙ୍କ ମଧ୍ୟରୁ ୨ ଜଣଙ୍କ ବିଷୟରେ ସୂଚନା ପାଇଛି। ତେବେ ତୃତୀୟ ଜଣଙ୍କ ବିଷୟରେ ଏବେ ଖୋଳତାଡ ଚାଲିଛି। ରାଗିଙ୍ଗ କରିଥିବା ଛାତ୍ରୀମାନେ +୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ପୋଲିସ ସୂଚନା ପାଇଛି। ଖୁବ୍‌ ଶୀଘ୍ର ଆଉ ଜଣେ ସିନିୟରଙ୍କ ପରିଚୟ ମିଳିବ ବୋଲି ପୋଲିସ କହିଛି।

Comments are closed.