ବେଆଇନ ଖଣି ଖନନ ମାମଲାରେ ପୂର୍ବତନ ବିଧାୟକଙ୍କ ଘରେ ଇଡି ରେଡ

ଭୁବନେଶ୍ୱର -ବେଆଇନ ଖଣି ଖନନ ମାମଲାରେ ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଇଡି ରେଡ୍ । ଘର ଓ ଅଫିସ ସହ ୪ଟି ସ୍ଥାନରେ ଏହି ରେଡ ହୋଇଛି । ଯୋଡାର ଦୁଇଟି ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ରେଡ କରିଛି ଇଡି । ଚଢଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, କାଗଜପତ୍ର, ଦସ୍ତାବିଜ ଜବତ ହୋଇଛି । ଚଢାଉ ବେଳେ ୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୬୯ ଲକ୍ଷ ନଗଦ ଟଙ୍କା ବି ମିଳିଛି । ୧୯୯୯ରୁ ୨୦୦୯ ବେଆଇନ ଭାବେ ଖଣି ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ରାଜସ୍ୱ କ୍ଷତି ହୋଇଥିଲା । ଭିଜିଲାନ୍ସ ଏହାର ତଦନ୍ତ କରି ୨୦୧୩ରେ ଚାର୍ଜସିଟ ଦାଖଲ କରିଥିଲା । ପରେ ଇଡି ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।

Comments are closed.