ବରଗଡ଼ରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼: ସ୍ବାଧୀନତାର ୭୫ ବର୍ଷ ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ଏହା ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରୁ ବାହାରିଥିଲା । ଶୋଭାଯାତ୍ରାକୁ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଶୁଭାରମ୍ଭ କରିଥିଲେ।

ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକା ଧରି ଶୋଭାଯାତ୍ରା ସହ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲେ। ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଡାକ୍ତର ରାମକୃଷ୍ଣ ପୁରୋହିତ ତଥା ୫୦ ରୁ ଅଧିକ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ, ସଭ୍ୟସଭ୍ୟା ସାମିଲ ହୋଇଥିଲେ।

Comments are closed.