ଟ୍ରେନ ଲାଇନଚ୍ୟୁତ ଘଟଣାରେ ଦୁଇ ରେଳ କର୍ମଚାରୀ ନିଲମ୍ବିତ

ଜୟପୁର – ଆଜି ଅପରାହ୍ନରେ ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ଘଟଣାରେ ଦୁଇ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଟ୍ରେନ କୋରାପୁଟ ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଥିଲା | ତେବେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ସେକ୍ସନ ଇଂଜିନିୟର ଓ ଜଣେ ଗ୍ୟାଂଗମ୍ୟାନଙ୍କୁ ନିଲମ୍ବନ କରାଯାଇଛି ବୋଲି ଡିଆରଏମ ସୂଚନା ଦେଇଛନ୍ତି | ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ସୈ।ଭାଗ୍ୟବଶତଃ ଏଥିରେ କୈ।ଣସି କ୍ଷୟକ୍ଷତି ହୋଇନାହିଁ । ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା |

Comments are closed.