ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଫୁଟବଲ ମହାସଂଘ ସଭାପତି

ଭୁବନେଶ୍ୱର – ଭାରତୀୟ ଫୁଟବଲ ମହାସଂଘର ନବନିର୍ବାଚିତ ସଭାପତି କଲ୍ୟାଣ ଚୈ।ବେ ଓ ସାଧାରଣ ସଂପାଦକ ସାଜି ପ୍ରଭାକରନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାରେ ମହିଳା ଫୁଟବଲର ବିକାଶ ପାଇଁ ଫୁଟବଲ ମହାସଂଘର ସହାଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ। ଏହାଛଡା କଳିଙ୍ଗ କପ୍ ଫୁଟବଲ୍ ପୁଣି ଆରମ୍ଭ କରିବା ପାଇଁ ମଧ୍ୟ ଭାରତୀୟ ଫୁଟବଲ ମହାସଂଘର ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର କ୍ରୀଡା ଅନୁକୂଳ ବାତାବରଣକୁ ପ୍ରଶଂସା କରିଥିବାରୁ ସଂଘ ସଭାପତି ଓ ସାଧାରଣ ସଂପାଦକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଚୈ।ବେ ଓ ପ୍ରଭାକରନ ଆସନ୍ତାମାସରେ ଭାରତରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ଵକପ ଫୁଟବଲ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଭୁବନେଶ୍ୱର ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ସହର ରହିଛି।

Comments are closed.