ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୧୦୦ ଉପରେ

ଭୁବନେଶ୍ୱର -କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୧୦୦ ଟପିଛି ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦୩ ନୂଆ ପଜିଟିଭ । ସଙ୍ଗରୋଧରୁ ୬୧ ଓ ସ୍ଥାନୀୟ ଅଞ୍ଚଳରୁ ୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ।

ବାଲେଶ୍ବରରୁ ୧୧ , ବରଗଡ଼ରୁ ୬ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୧ , କଟକରୁ ୧୦ , ଦେବଗଡ଼ରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨ , ଯାଜପୁରରୁ ୧ , କଳାହାଣ୍ଡିରୁ ୨ , କନ୍ଧମାଳରୁ ୨ , କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୦ , କୋରାପୁଟରୁ ୧, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ନୂଆପଡ଼ାରୁ ୬ , ପୁରୀରୁ ୬, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୫୮୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.