ପଦ୍ମପୁର ଉପନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ

ବରଗଡ଼: ପଦ୍ମପୁର ଉପ ନିର୍ବାଚନ ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ମତଦାନ ସମୟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ।

ମିଳିଥିବା ସୂଚନା ମୁତାବକ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି । ପଦ୍ମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି । ମୋଟ ୩୧୯ଟି ମତଦାନ କେନ୍ଦ୍ର ରହିଛି । ୭୪ଟି ବୁଥ ମାଓପ୍ରଭାବିତ ଓ ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ। ନିର୍ବାଚନ ପରିଚାଳନା ପାଇ ୩ ଜଣ ଅବଜରଭର ରହିବେ। ୨୮୪ ଜଣ ବ୍ୟାଲଟ ପାଇଁ ଆବେଦନ କରିଛନ୍ତି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି।

Comments are closed.