ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଶିଶୁ କଳାକାର ଶ୍ରୀୟାଂଶଙ୍କ ଅକାଳ ବିୟୋଗ

ବଳରାମ ଭୂମିକା ପାଇଁ ମନୋନୀତ ହୋଇଥିଲେ

ବରଗଡ଼: ଖେଳୁଥିବା ବେଳେ ତଳେ ପଡି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶିଶୁ କଳାକାରଙ୍କ ଅକାଳ ବିୟୋଗ ଘଟିଛି । ଉକ୍ତ ଶୁଶୁ କଳାକାରଟି ଚଳିତ ବର୍ଷ ବଳରାମ ଭୂମିକାରେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ । ମୃତକ ଶିଶୁ ହେଲେ ବରଗଡ଼ ସହରର ବାପା ମହେନ୍ଦ୍ର ପୂଜାରୀ ଓ ମାଆ ଜୟନ୍ତୀ ପୂଜାରୀଙ୍କ ପୁଅ ଶ୍ରୀୟାଂଶ । ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପାଠ ପଢା ସହ ଅଭିନୟରେ ତାଙ୍କ ରୁଚି ରହିଥିଲା ।

ଚଳିତ ବର୍ଷ ୭୫ ବର୍ଷ ତଥା ରଜତ ଜୟନ୍ତୀ ପାଳନ ହେଉଥିବା ବେଳେ ସେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ବରଗଡ଼ ଧନୁଯାତ୍ରା କମିଟିରୁ ମନୋନୀତ ହୋଇଥିଲେ । ଚଳିତ ମାସ ୨ ତାରିଖ ଦିନ ଅମ୍ବାପାଲି (ଗୋପପୁର) ରେ ଅନୁଷ୍ଠିତ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବରେ ମଧ୍ୟ ଯୋଗଦାନ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.