ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସ ମହାରାଜଙ୍କ ନଗର ଭ୍ରମଣ ଓ ବିଭିନ୍ନ ପ୍ରସଙ୍ଗରେ କଲେଜ ଛାତ୍ରୀଙ୍କ ସହ ଆଲୋଚନା

ମଥୁରାନଗରୀ (ବରଗଡ଼) : ମହାରାଜ କଂସ ମଥୁରା ନଗର ଭ୍ରମଣ ସମୟରେ ମହିଳା ମହାବିଦ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ମହାରାଜ କଂସଙ୍କୁ ମହାବିଦ୍ୟାଳୟର ଅନ୍ତେବାସିନୀମାନେ ସ୍ଵାଗତ କରିଥିଲେ । ଏ ଅବସରରେ ମହାରାଜ କଂସ ‘ ବେଟି ବଚାଓ ବେଟି ପଢ଼ାଓ’ର ସଫଳ ଉଦାହରଣ ବୋଲି କହିବା ସହ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଦଧିବାମନ ଦାଶଙ୍କ ଠାରୁ ବୁଝିଥିଲେ । ଏ ଅବସରରେ କଲେଜର ପଛପଟରେ ଦୀର୍ଘ ଦିନରୁ ପଡ଼ିରହିଥିବା ଆବର୍ଜନା ସଫା ହୋଇ ନ ଥିବା ଅବଗତ ହେବା ସହ ପୌର ପରିଷଦକୁ ଏ ନେଇ ପଦକ୍ଷେପ ନେବାକୁ ତାଗିଦ କରିଥିଲେ । ସେହିପରି ମହିଳା ମହାବିଦ୍ୟାଳୟରେ ଆବଶ୍ୟକ ଛାତ୍ରୀ ନିବାସ ସହ ଅନ୍ୟାନ୍ୟ ସମସ୍ୟା ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ ।

Comments are closed.