ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ନୂଆ ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର – ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ-ଡିଏମଇଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହିମାସ ଜାନୁଆରୀ ୩୧ କିମ୍ବା ଡକ୍ଟର ମହାନ୍ତି ଦାୟିତ୍ଵ ସମ୍ଭାଳିବା ଦିନଠାରୁ ନିଯୁକ୍ତି କାର୍ଯ୍ୟକାରୀ ହେବ । ଡିଏସପି ଭାବେ ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ଭାବେ ଡେପୁଟେସନରେ ଅଛନ୍ତି।

Comments are closed.