ବିଆରଏସରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର, ବିଜେପିରୁ ଦେଇଥିଲେ ଇସ୍ତଫା

କୋରାପୁଟ – ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି – ବିଆରଏସ୍‌ରେ ସାମିଲ ହୋଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ। ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ମଧ୍ୟ ବିଆରଏସରେ ଯୋଗ ଦେଇଛନ୍ତି । ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ, ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ ବିଆର୍‌ଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେଇଛନ୍ତି।

ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ବିଜେପି ଛାଡି ବିଆରଏସରେ ଯୋଗ ଦେବା ନେଇ କିଛି ଦିନ ତଳେ ଘୋଷଣା କରିଥିଲେ ।

Comments are closed.