ମିଳିଲା ନବ ଦାସଙ୍କୁ ବାଜିଥିବା ଗୁଳି

ବ୍ରଜରାଜନଗର – ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେବାର ୪ ଦିନ ପରେ ତାଙ୍କୁ ମରାଯାଇଥିବା ଗୁଳି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଏଏସ ଆଇ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଏବେ ଜବତ ହୋଇଛି । ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଗୁଳିକୁ ଠାବ କରାଯାଇଛି ।

ଗୁଳି ମିଳିଥିବାରୁ ଅଭିଯୁକ୍ତକୁ ଏହା ଏବେଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ । ସେପଟେ ନବ ଦାସଙ୍କ ଭିସେରାକୁ ପରୀକ୍ଷା ପାଇଁ ପଠାଯାଇଛି ।

Comments are closed.