ଅତ୍ୟାବଶ୍ୟକ ସାମଗ୍ରୀର ସୁବିଧାରେ ପରିବହନ ପାଇଁ ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ୱର – ଅତ୍ୟାବଶ୍ୟକ ସାମଗ୍ରୀ ପରିବହନର ସୁବିଧା ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ସେସବୁ ନମ୍ବର ହେଲା – ୯୪୩୭୨୧୮୧୨୧ ଓ ୮୨୪୯୪୬୭୬୭୫ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଆସିଲେ ଏହି ହେଲ୍ପ ଲାଇନ ନମ୍ବରରେ ଜଣାଇପାରିବେ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରେ ଦିନକୁ ୩ଟି ସିଫ୍ଟରେ କର୍ମଚାରୀ ରହିବେ ।

ଉଲ୍ଲେଖଯୋଗ୍ୟ ଯେ,ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ଏକ ଟାସ୍କ ଫୋର୍ସ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ଏହି ଟାସ୍କ ଫୋର୍ସରେ ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ।

ଟାସ୍କଫୋର୍ସର ମୁଖ୍ୟ କାମ ହେଲା- ଜରୁରୀ ସାମଗ୍ରୀଗୁଡ଼ିକର ସୁରୁଖୁରୁରେ ପରିବହନ । ଏଥିପାଇଁ ୩ଟି କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। କଣ୍ଟ୍ରୋଲ ରୁମଗୁଡ଼ିକ ହେଲା-ଷ୍ଟେଟ୍ ଏମର୍ଜେନ୍ସି ରେସପନ୍ସ ସେଣ୍ଟର।ଏହାର ଫୋନ ନମ୍ବର ହେଲା-୧୧୨ ।
ସେହିପରି ଟ୍ରାନସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟରେ ହୋଇଥିବା କଣ୍ଟ୍ରୋଲ ରୁମର ନମ୍ବର ହେଲା ୧୮୦୦-୩୪୫-୧୦୭୩। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ସ୍ଥାପନ କରାଯାଇଥିବା ତୃତୀୟ କଣ୍ଟ୍ରୋଲ ରୁମର ନମ୍ବର ହେଲା-୦୬୭୪-୨୩୯୩୬୪୪।
ଏହି ଫୋନ ନମ୍ବର ୨୪ ଘଣ୍ଟା ଖୋଲା ରହିବ।

Comments are closed.