ଦକ୍ଷିଣ ଓଡ଼ିଶାର ପ୍ରଗତିକୁ ଗତିଶୀଳ କରିବ ବିଜୁ ଏକ୍ସପ୍ରେସ ୱେ-୨

ଭୁବନେଶ୍ୱର -ଦକ୍ଷିଣ ଓଡ଼ିଶାର ପ୍ରଗତି ଆହୁରି ଗତିଶୀଳ ହେବ । ବିଜୁ ଏକ୍ସପ୍ରେସ ୱେ-୨ ଦ୍ୱାରା ଦକ୍ଷିଣ ଓଡ଼ିଶାର ବିକାଶକୁ ଗତି ମିଳିବ ।ଏହା ବ୍ରହ୍ମପୁରକୁ ଜୟପୁର ସହ ଯୋଡ଼ିବ । ୩୦୫ କିଲୋମିଟର ଦୀର୍ଘ ବିଜୁ ଏକ୍ସପ୍ରେସ ୱେ-୨ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ ୭ ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା।

ଏହା ଦ୍ୱାରା ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି ପରିବର୍ତ୍ତନ। ରାଜ୍ଯର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ସହ ଭିଡିଓ ପୋଷ୍ଟ କରି ସୂଚନା ଦିଆଯାଇଛି।

Comments are closed.