ନିର୍ବନ୍ଧ ଭୋଜି ଖାଇ ଆଉ ଫେରିଲେନି, ପୁରୀରେ ବସ୍ ଧକ୍କାରେ ଗଞ୍ଜାମ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ 

ପୁରୀ- ପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ ଓଁକାରେଶ୍ବର ମନ୍ଦିର ନିକଟରେ ବସ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତେ ଗଞ୍ଜାମ ଜିଲା ଛତ୍ରପୁରର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଛତ୍ରପୁରର ସତ୍ୟ ରଞ୍ଜନ ଦାସ, ତାଙ୍କ ସ୍ତ୍ରୀ ଗାୟତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ପରିବାର ଅନ୍ୟ ଜଣେ ସଦସ୍ୟ ରାକେଶ ନନ୍ଦଙ୍କ ବି ମୃତ୍ୟୁ ହୋଇଛି।

ଗୋଟିଏ ନିର୍ବନ୍ଧ ଭୋଜି ଖାଇବାକୁ ସମସ୍ତେ ଓଁକାରେଶ୍ବର ମନ୍ଦିର ଯାଇଥିଲେ। ନିର୍ବନ୍ଧ ଭୋଜି ଖାଇ ବାଇକରେ ଫେରୁଥିବା ବେଳେ ଏକ ବସ ଧକ୍କା ଦେଇଥିଲା। ବସ ଧକ୍କାରେ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଛି ।

Comments are closed.