ଓଲିଉଡରେ ଚାଞ୍ଚଲ୍ୟ: ପୁରୁଷବନ୍ଧୁଙ୍କ ବିରୋଧରେ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର – ଓଲିଉଡରେ ଚାଞ୍ଚଲ୍ୟ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ଵାରା ଯୌନ ଶୋଷଣର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୁରୁଷବନ୍ଧୁଙ୍କ ବିରୋଧରେ ଅଭିନେତ୍ରୀ ଜଣକ ଥାନାରେ ଏତଲା ଦାୟର କରିଛନ୍ତି। ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଜଣାପଡିଛି ଯେ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପୁରୁଷବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି।

୨୦୨୧ରେ ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

Comments are closed.