ରାଜ୍ୟରେ ତିନି ନୂଆ କୋରୋନା ପଜିଟିଭ ଚିହ୍ନଟ, ସ୍ଥିତି ଚିନ୍ତାଜନକ ନୁହେଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର – ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ତେବେ ରାଜ୍ୟର କୋଭିଡ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ରାଜ୍ୟରେ କୋଭିଡ ଟେଷ୍ଟିଂ ବଢ଼ିଛି । ଗତକାଲି ୬୯୦ଟି ନମୁନା ଟେଷ୍ଟ ହୋଇଥିଲା । ସେଥିରୁ ୩ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ୮ ସକ୍ରିୟ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ଭର୍ତ୍ତି ହୋଇନାହାନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨ ପ୍ରତିଶତରୁ ଅଧିକ ଗୃହ ପୃଥକବାସରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଅନ୍ୟାନ୍ୟ ରୋଗ ଥାଇ ଯେଉଁମାନେ କୋଭିଡ ଆକ୍ରାନ୍ତ ହେଉଛନ୍ତି, ସେମାନେ ହିଁ ମେଡିକାଲରେ ଭର୍ତ୍ତି ହେଉଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed.