ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି – ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ରୋଶନୀ ଓରଫ ଉଙ୍ଗି ମାଡଭି ନାମ୍ନୀ କୁଖ୍ୟାତ ମହିଳା ମାଓବାଦୀ ମାଲକାନଗିରି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଏସପି ନୀତେଶ ୱଧୱନି ଏହି ସୂଚନା ଦେଇଛନ୍ତି।

ଉଙ୍ଗି ମାଡଭିଙ୍କ ଘର ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ । ସେ ୨୦୧୬ରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ। ଉଙ୍ଗିଙ୍କ ନାଁରେ ଓଡ଼ିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

Comments are closed.