ନୂଆ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍ ଲୋକାର୍ପିତ 

ଭୁବନେଶ୍ୱର -ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍‌ସାଇଟ୍ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକାର୍ପଣ କରିଥିଲେ । ceoodisha.nic.in ଲିଙ୍କରେ ଏହି ୱେବସାଇଟ ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବସାଇଟ୍‌ ମୁକ୍ତ , ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ରଖିଥିଲେ । ଏହାର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ଵପୂର୍ଣ୍ଣ ସୂଚନା , ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୫ ସଂପର୍କିତ ତଥ୍ୟ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ଫେସ୍‌ବୁକ୍‌ , ଏକ୍ସ, ୟୁଟ୍ୟୁବ୍ , ଇନ୍‌ଷ୍ଟାଗ୍ରାମ୍ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍ ମଧ୍ୟ ଏଠାରେ ରହିଛି । ଏହି ମୁଖ୍ୟ ପୃଷ୍ଠାରେ ନିର୍ବାଚନ ସଂପର୍କିତ ହେଲ୍‌ପଲାଇନ୍ ୧୯୫୦ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍ ଆପ୍ ଓ ପୋର୍ଟାଲର ମଧ୍ୟ ଲିଙ୍କ୍ ରହିଛି । ମୁଖ୍ୟ ପୃଷ୍ଠାରେ ଥିବା ଇଲେକ୍‌ସନ୍ ମାଇକ୍ରୋସାଇଟ୍‌ରେ କ୍ଲିକ୍ କରି ଭାରତ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍ସ ବ୍ୟବହାରକାରୀ ଯାଇପାରିବେ । ୱେବ୍‌ସାଇଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏହା ସହ ଭୋଟରମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ଯେପରି ଭୋଟର ତାଲିକା , ଅନ୍‌ଲାଇନ୍ ଆବେଦନ , ଭୋଟର ତାଲିକାରେ ନାମ ଖୋଜିବା , ବୁଥ୍ ତାଲିକା , ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍ ଆଦି ଦିଆଯାଇଛି । ଅନ୍ୟ ବଟନ୍‌ଗୁଡ଼ିକରେ ଆଦର୍ଶ ଆଚରଣ ନିଧୁ , ଇଭିଏମ୍ କରିପାର୍ଟି , ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ , ମତଦାନ ହାର ରାଜନୈତିକ ଦଳ ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ , ଗାଇଡଲାଇନ୍ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେହି କ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ର ଏହି ନୂତନ ରୂପାୟନ ଏକ ମାଇଲ୍‌ଖୁଣ୍ଟ । ଏଠାରେ ସମସ୍ତ ତଥ୍ୟ ଉଚିତ ସମୟରେ ଉପଲବ୍ଧ ରହିବ । ଏହା ରାଜ୍ୟରେ ମତଦାନ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପ୍ରକାଶ କରିଆଲେ । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ . ତିରୁମାଲା ନାୟକ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।

Comments are closed.