କୋରୋନା ସୁସ୍ଥତାରେ ନୂଆ ରେକର୍ଡ, ଦିନକରେ ସୁସ୍ଥ ହେଲେ ୩ ହଜାର ୩୪୩ ରୋଗୀ, ସୁସ୍ଥଙ୍କ ସଂଖ୍ୟା ୬୨ ହଜାର ପାର

ଭୁବନେଶ୍ୱର : ରାଜ୍ୟରେ ଦିନକରେ କୋରୋନା ସୁସ୍ଥତା ହାରରେ ନୂଆ ରେକର୍ଡ । ଦିନକରେ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩ ହଜାର ୩୪୩ ରୋଗୀ । ଗୋଟିଏ ଦିନରେ ଏତେସଂଖ୍ୟକ କୋରୋନା ରୋଗୀ ସୁସ୍ଥ ହେବା ଏକ ନୂଆ ରେକର୍ଡ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରୁ ସବୁଠୁ ଅଧିକ ୭୩୨ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୬୧, ଭଦ୍ରକ ଜିଲ୍ଲାରୁ ୨୪୫ , ଗଂଜାମ ଜିଲ୍ଲାରୁ ୨୩୮ ରୋଗୀ ସୁସ୍ଥ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୨୧୭ ରୋଗୀଙ୍କୁ ଡିସଡାର୍ଜ କରାଯାଇଥିବା ବେଳେ କଟକ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି୧୮୧ । ବାଲେଶ୍ୱରରୁ ୧୫୫ ଓ ସମ୍ବଲପୁରରୁ ୧୨୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଂଚିଛି ।

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ କୋରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅନବରତ ଉଦମକୁ ପ୍ରଶଂସା କରିଛନ୍ତି । ମୂଲବାନ ଜୀବନ ବଂଚାଇବା ପାଇଁ ସେମାନେତ୍ତଉତ୍ସର୍ଗୀକୃତ ମନୋଭାବର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Comments are closed.