କୋଭିଡ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୂଜା ଛୁଟି ଯାଏଁ ସ୍କୁଲ କଲେଜ ବନ୍ଦ, ପ୍ରବାସୀ ଶ୍ରମିକଙ୍କ ରୋଜଗାର ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବର୍ତମାନର କୋଭିଡ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ୍ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କଲା ପରେ ପୂଜା ଛୁଟି ପଯ୍ୟ ର୍ନ୍ତ ସ୍କୁଲ,କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । 

କୋଭିଡ ପରିଚଳାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମାରୀ ସମୟରେ ଆତ୍ମ ସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ସାଧାରଣ ଲୋକ ହୁଅନ୍ତୁ ବା ସରକାରୀ କର୍ମଚାରୀ, ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ହେବ । ହଟସ୍ପଟ୍ ଜିଲ୍ଲାମାନଙ୍କରେ ଯେଉଁ ଅଚଳଭିତିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡି ଭାବେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପଯ୍ୟ ର୍ବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଆଂଚଳିକ କୋଭିଡ ଚିକିତ୍ସାଳରେ ଆଇସିୟୁ ଶଯ୍ୟାର ଉବଲବ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ପରିସ୍ଥିତି ଯୋଗୁଁ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଂଜିକରଣ ସୁବିଧାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗ୍ରାମ୍ୟ ଅର୍ଥନୀତିରେ ପୁନଃରୁଦ୍ଧାର ପାଇଁ ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ , କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ଏସଏଚଜି ଉପରେ ଅଧିକ ଫୋକସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ତିଆରିରେ ନିୟୋଜିତ ଥିବା ଏସଏଚଜି ମହିଳାମାନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ , ସେଥିପାଇଁ ବିଧାୟକ ଆଂଚଳିକ ବିକାଶ ପାଂଠି ଅର୍ଥରେ ଏସଏଚଜିରୁ ମାସ୍କ କିଣୀଯାିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.