ରାଜ୍ୟରେ ୨୪ ଘଂଟାରେ ଚିହ୍ନଟ ହେଲେ ୨ ହଜାର ୯୯୫ ନୂଆ କୋରୋନା ପଜିଟିଭ, ଖୋର୍ଧା ଜିଲ୍ଲାରୁ ୫୬୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨ ହଜାର ୯୯୫ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୭୩୭ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୫୮ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୬୮ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୬୬ ଓ ପୁରୀ ଜିଲ୍ଲାରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଅନୁଗୁଳରୁ ୧୪୨,ସମ୍ବଲପୁରରୁ ୧୩୮, ବାଲେଶ୍ୱରରୁ ୧୨୧, ସୁନ୍ଦରଗଡରୁ ୧୦୧. ବରଗଡରୁ ୯୩, ବଲାଙ୍ଗିରରୁ ୯୪, ଯାଜପୁରରୁ ୯୦, ମୟୂରଭଂଜରୁ ୯୨, ସୋନପୁରରୁ ୮୭, ମାଲକାନଗିରିରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୪୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୧୦ ହଜାର ୨୧୭ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ସକ୍ରିୟ ମାମଲା ସଂଖ୍ୟା ୨୯ ହଜାର ୭୭୦ ରହିଛି ।

ଗତ ୨୪ ଘଂଟାରେ ରାଜ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି ।

Comments are closed.