ରାଜ୍ୟରେ ୩ ହଜାର ୪୪୩ ନୂଆ କୋରାନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧାରୁ ୬୦୧, କଟକରୁ ୩୫୯

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୪୩ ନୂଆ କୋରୋନା ପଜିଟିଭ । ସଂଗରୋଧ କେନ୍ଦ୍ରରୁ ୨ ହଜାର ୧୭ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ ଓ କଟକ ଜିଲ୍ଲାରୁୁ ୩୫୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୦, ବରଗଡରୁ ୧୧୧, ବଲାଙ୍ଗୀରରୁ ୧୧୪, ଯାଜପୁରରୁ ୧୩୦, ମୟୂରଭଂଜରୁ ୧୪୧, ସମ୍ବଲପୁରରୁ ୧୩୧, ପୁରୀରୁ ୧୩୨, କନ୍ଧମାଳରୁ ୧୦୩, କେନ୍ଦ୍ରାପଡାରୁ ୧୦୧ ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ଚିହ୍ନଟ ହୋଇଛନ୍ତି ୫୪ ନୂଆ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଥିବା ବେଳେ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ମାମଲା ରହିଛି ୩୬ ହଜାର ୭୪୩ ।

Comments are closed.