କୋରୋନାର ଉପରମୁହାଁ ଗତି, ରାଜ୍ୟରେ ପ୍ରଥମ ଥର ପାଇଁ ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ଖୋର୍ଧାରୁ ସର୍ବାଧିକ ୫୪୭, କଟକରୁ ୩୫୭

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଦିନକରେ ୩୦ଟି ଜିଲ୍ଲାରୁ ୩ ହଜାରରୁ ଅଧିକ ନୂୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୫୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୧୮ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଖୋର୍ଧା ଜିଲ୍ଲାରୁ ସବା ର୍ଧିକ ୫୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି କଟକ ଜିଲ୍ଲା । କଟକ ଜିଲ୍ଲାରୁ ୩୫୭ କୋରୋନା ପଜିଟିଭ ବାହାରିଛନ୍ତି । ଗଂଜାମ ଜିଲ୍ଲାରୁ ୧୯୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ଯାଜପୁର ଜିଲ୍ଲାରୁ ୧୭୩, ନୟାଗଡରୁ ୧୭୧, ରାୟଗଡାରୁ ୧୪୬, ପୁରୀରୁ ୧୪୪, ସୁନ୍ଦରଗଡ ଜିଲ୍ଲାରୁ ୧୫୪, ସମ୍ବଲପୁରରୁ ୧୦୭, ବାଲେଶ୍ୱରରୁ ୯୮, ଭଦ୍ରକରୁ ୧୧୪, ବରଗଡରୁ ୯୮, ଜଗତସିଂହପୁର ଜିଲ୍ଲାରୁ ୯୫, ଝାରସୁଗୁଡାରୁ ୯୩, କେନ୍ଦ୍ରାପଡାରୁ ୭୬, ମୟୂରଭଂଜ ଜିଲ୍ଲାରୁ ୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟାର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏ ଯାଏଁ ମୋଟ ୮୭ ହଜାର ୬୦୨ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିମଧ୍ୟରୁ ୫୯ ହଜାର ୪୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୭ ହଜାର ୬୩୮ ଚିିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏଯାଏଁ ୧୪ ଲକ୍ଷ ୮୫ ହଜାର ୧୬୭ କୋରୋନା ଟେଷ୍ଟିଂ ହୋଇଛି ।

Comments are closed.