କୋଭିଡ କଟକଣା ଉଲ୍ଲଂଘନ ମାମଲା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍

ଭୁବନେଶ୍ୱର- କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରାଯାଇଛି । ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ସାଂସଦଙ୍କ ଅଫିସ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ୍ କରାଯାଇଛି । ସ୍ଥାନୀୟ ଅଂଚଳର କିଛି କୋଭିଡ ଯୋଦ୍ଧା ଅପରାଜିତାଙ୍କ ବିରୋଧରେ ଡିସିପିଙ୍କ ନିକଟରେ ଅଭିଯୋଗ କଲା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବିଏମସି ଓ କମିଶନରେଟ ପୋଲିସର ଅଧିକାରୀମାନେ ଆଜି ଅଫିସ ବିଲଡିଂ ସିଲ୍ କରିଛନ୍ତି । ଅଭିଯୋଗ ପାଇବା ପରେ ଅଫିସ ସିଲ୍ କରିବା ପାଇଁ ନୋଟିସ ପଠାଇଥିଲା କମିଶନରେଟ୍ ପୋଲିସ । ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ ନିୟମ ଉଲ୍ଲଂଘନ କରି ଅପରାଜିତା ଷଡଙ୍ଗୀ ଅଫିସରେ ନିଜର ଜନ୍ମଦିନ ପାଳନ କରିଥିଲେ । ଏ ନେଇ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖିଥିଲେ । ଅପରାଜିତା କୋଭିଡ ନିୟମ ଭାଙ୍ଗିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବି ମନ୍ତ୍ରୀ ଦିବ୍ୟଶଙ୍କର ଚିଠିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

Comments are closed.