ଲଗାତାର ତୃତୀୟ ଦିନ ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର‌

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଇନ୍ଧନ ମୂଲ୍ୟ ବୃଦ୍ଧି ବଢ଼ିଛି | ପେଟ୍ରୋଲ ଏବଂ ଡିଜେଲ ଦର ଶୁକ୍ରବାର ଦିନ ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୭.୬୪ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ବର୍ତ୍ତମାନ ୯୭.୩୭ ଟଙ୍କାରେ ପହଞ୍ଚିଛି ‌।

ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ ପେଟ୍ରୋଲର ମୂଲ୍ୟ ୧୧୪.୪୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ୧୦୫.୪୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲର ନୂଆ ହାର ବର୍ତ୍ତମାନ ୧୦୯.୨ ଟଙ୍କା ହୋଇଥିବାବେଳେ ଡିଜେଲ ୧୦୦.୪୯ ଟଙ୍କା ହୋଇଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ବର୍ତ୍ତମାନ ୧୦୫.୪୩ ଟଙ୍କା ଏବଂ ଡିଜେଲ ୧୦୧.୫୯ ଟଙ୍କାରେ ବିକ୍ରି ହେଉଛି।

ଦିନକ ପୂର୍ବରୁ ଗୁରୁବାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।

Comments are closed.