ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା, କୋଟିଏରୁ ଉର୍ଦ୍ଧ୍ବ କିଶୋରଙ୍କୁ ଦିଆଗଲାଣି ଉଭୟ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ୧୫ ରୁ ୧୮ ବର୍ଷ ବୟସ କିଶୋରଙ୍କ ଟିକାକରଣ ସଂଖ୍ୟା ଏକ କୋଟି ଟପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବୟସ ବର୍ଗର ଏକ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ କୋଭିଡ୍-୧୯ର ଉଭୟ ଡୋଜ୍ ଟିକା ଦିଆଯାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ହଜାରରୁ ଅଧିକ ନୂଆ କରୋନା ମାମଲା ରୁଜୁ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଦେଶରେ ପୁନରୁଦ୍ଧାର ହାର ୯୬.୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଜାନୁଆରୀ ୩ରେ ଦେଶରେ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ମାତ୍ର ୩୬ ଦିନ ମଧ୍ୟରେ ଏହି ବୟସ ବର୍ଗର ୧ କୋଟିରୁ ଅଧିକ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇଛନ୍ତି |

Comments are closed.