ତେଲ ଦରରେ ଲାଗୁନି ବ୍ରେକ୍, କ୍ରମାଗତ ଦ୍ବିତୀୟ ଦିନ ବଢ଼ିଲା ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ଧାରା ଥମିବାର ନାଁ ନେଉନାହିଁ। ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ପେଟ୍ରୋଲ ଏବଂ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି। ଏହା ପରେ ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮.୨୯ ଟଙ୍କା ହୋଇଥିବା ବେଳେ ଡିଜେଲର ମୂଲ୍ୟ ଟଙ୍କା ୯୭.୦୩ରେ ପହଞ୍ଚିଛି।

ବୁଧବାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୫ ପଇସା ଲେଖାଏଁ ବୃଦ୍ଧି ପାଇଥିଲା ଏହା ପରେ ପେଟ୍ରୋଲର ଲିଟର ପିଛା ୧୦୭.୯୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୬.୬୭ ଟଙ୍କା ଥିଲା। ଏହାଛଡ଼ା ମୁମ୍ବାଇରେ ପେଟ୍ରୋଲ ୧୧୩.୮୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୪.୭୫ ଟଙ୍କାରେ ଉପଲବ୍ଧ ହେଉଥିଲା। କୋଲକାତାରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୮.୪୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୯.୭୮ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୪.୮୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ୧୦୦.୯୨ ଟଙ୍କାକୁ ବୃଦ୍ଧି ପାଇଛି।

Comments are closed.