ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମଙ୍ଗଳବାର ପୁଣି ତେଲ ଦରରେ ବୃଦ୍ଧି ଘଟିଛି, ଯଦିଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲ ଲିଟର ପିଛା ପୁଣି ୩୫ ପଇସା ବୃଦ୍ଧି ପାଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୧୦ ଟଙ୍କା ଟପିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୧୧୦.୦୪ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୮.୪୨ ଟଙ୍କା ରହିଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୫.୮୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୧୦୬.୬୨ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ୧୧୦.୪୯ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୧.୫୬ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ମଧ୍ୟ ଲିଟରରେ ୧୦୬.୬୬ ଟଙ୍କା ଏବଂ ଡିଜେଲ ଲିଟରରେ ୧୦୨.୫୯ ଟଙ୍କାରେ ବିକ୍ରି ହେଉଛି। ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ମଧ୍ୟପ୍ରଦେଶର ବାଲାଘାଟରେ ବିକ୍ରି ହେଉଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୨୧.୨୯ ଟଙ୍କା ଛୁଇଁଛି ।

Comments are closed.