ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପଠାଗଲା ଜେଲ୍‌

ବ୍ରହ୍ମପୁର: ଟାଟା କଂପାନିରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି । ସେଥିପାଇଁ ତାଙ୍କୁ ଆଜି ଭୁବନେଶ୍ୱରରୁ ବ୍ରହ୍ମପୁର ଅଣାଯାଇ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଚିକିତ୍ସା ଦୃଷ୍ଟିରୁ ତାଙ୍କୁ ଝାରପଡା ଜେଲକୁ ପଠାଇବା ପାଇଁ ପ୍ରଦୀପ ଆବେଦନ କରିଛନ୍ତି ।

Comments are closed.