ପିପିଲିରେ ଭଲ ବ୍ୟବଧାନରେ ଜିତିବା ବିଜେଡିର ଲକ୍ଷ୍ୟ : ପ୍ରତାପ ଦେବ

ଭୁବନେଶ୍ୱର – ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ସେଠାରେ ଦଳୀୟ ସଂଗଠନକୁ ମଜବୁତ କରିବା ଓ ଭଲ ବ୍ୟବଧାନରେ ଜିତିବା ବିଜେଡିର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରତାପ କେଶରୀ ଦେବ ।

ପ୍ରତାପ କେଶରୀ ଦେବଙ୍କୁ ବିଜେଡି ଆଗାମୀ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ପ୍ରତାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି ଓ ନେଉଛନ୍ତି । ତିର୍ତ୍ତୋଲ ଓ ବାଲେଶ୍ୱର ହେଉଛି ଏହାର ସଦ୍ୟ ଉଦାହରଣ ବୋଲି ପ୍ରତାପ ଦେବ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭେଟେରାନ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି । ଉପନିର୍ବାଚନରେ ଏହି ଆସନ ବଜାୟ ରଖିବା ଆଶାରେ ରହିଛି ବିଜେଡି ।

Comments are closed.