କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ, ଚାକିରି ଠକେଇ ମାମଲାରେ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା

ଭୁବନେଶ୍ୱର- ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କ୍ରାଇମବ୍ରାଂଚର ଦୁଇ ଦିନିଆ ରିମାଣ୍ଡ ଶେଷ ହେଲା ପରେ ତାଙ୍କର ଆଜି କୋର୍ଟ ହାଜିରା କରାଯାଇଥିଲା । ପ୍ରଦୀପଙ୍କ ଆକାଉଂଟରେ ହୋଇଥିବା ଆର୍ଥିକ କାରବାରର ଖୋଳତାଡ କରିଥିଲା କ୍ରାଇମବ୍ରାଂଚ୍ ।

ସେହି ଟଙ୍କା କୁଆଡୁ ଆସିଥିଲା , ସେ ନେଇ ପଚରାଉଚରା କରିିଛି କ୍ରାଇମବ୍ରାଂଚ୍ । ଟାଟା ମୋଟର୍ସ ନାଁରେ ଠକିଥିବା ଅଭିଯୋଗ ସଂପର୍କରେ ପଚରାଉଚରା କରିଛି କ୍ରାଇମବ୍ରାଂଚ । ଏଣେ ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା କରାଯାଇଛି ।

Comments are closed.