ଝାରପଡା ଜେଲରେ କଟିଲା ପ୍ରଦୀପଙ୍କ ରାତି, ଆଜି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଂଚ୍

‌ଭୁବନେଶ୍ୱର-ଚାକିରି ଠକେଇ ଓ ଅନ୍ୟ ମାମଲାର ଗିରଫ ହୋଇ ଜେଲ୍ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବା ପାଇଁ ଆଜି କ୍ରାଇମବ୍ରାଂଚ ଏଡଡିଜେଏମ୍ କୋର୍ଟରେ ଆବେଦନ କରିପାରେ । ଗତକାଲି ରିମାଣ୍ଡ ଆବେଦନ କରି ନ ଥିବାରୁ ପ୍ରଦୀପଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।

ଝାରପଡା ଜେଲରେ ରାତି କଟାଇଛନ୍ତି ବିବାଦୀୟ ବିଧାୟକ । ଜେଲର ୱାର୍ଡ ନମ୍ବର ୧୪ର ସଂଗରୋଧ କେନ୍ଦ୍ରରେ ରହିଥିଲେ ପ୍ରଦୀପ । ରାତି ଗୋଟାଏ ଯାଏଁ ପ୍ରଦୀପ ଶୋଇ ନ ଥିଲେ ବୋଲି ଜଣାପଡିଛି । ଆଜି ସକାଳେ ଜେଲ ନିୟମ ଅନୁସାରେ ପ୍ରଦୀପ ନିତ୍ୟକର୍ମ ସାରି ୮ଟା ବେଳେ ଉପମା, ସୁଜି ଓ ଘୁଗୁନି ଜଳଖିଆ ଖାଇଥଲେ । ଚାହା ବି ପିଇଥିଲେ ।

ଗୋପାଳପୁର ବିଧାୟକ ପ୍ରଦୀପ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର ଓ ଠକେଇରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ତାଙ୍କ ଗୋଟିଏ ବ୍ୟାଙ୍କ୍ ଆଙ୍କାଉଂଟରେ ପରାୟ ଅଢେଇ କୋଟି ଟଙ୍କା ରହିଥିବା ଗତକାଲି ଜଣାପଡିଥିଲା ।

Comments are closed.