ଅଦାଲତ ଅବମାନନା ମାମଲା, କ୍ଷମା ମାଗିବାକୁ ମନା କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । କିଛି ଦିନ ତଳେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିଲେ ।

ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ କ୍ଷମା ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୋମବାର ପ୍ରଶାନ୍ତ ଭୂଷଣ ସତ୍ୟପାଠ ଦାଖଲ କରି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି କହିଛନ୍ତି । ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ସେ କରିଥିବା ଟ୍ୱିଟ୍ ଅଦାଲତ ଓ ସମ୍ବିଧାନର ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ।

Comments are closed.