ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ପ୍ରେମାନନ୍ଦଙ୍କ ହୃଦଘାତରେ ପରଲୋକ

ପୁରୀ – ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଆଜି ସକାଳେ ପୁରୀ ମେଡିକାଲରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ।

କୋରୋନାରୁ ମୁକ୍ତ ହୋଇ ଦୁଇ ଦିନ ତଳେ ଘରକୁ ଫେରିଥିଲେ ପ୍ରେମାନନ୍ଦ । କିନ୍ତୁ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ହସପିଟାଲରେ ଭର୍ତି ହୋଇଥିଲେ । ପ୍ରେମାନନ୍ଦ ଦାସମହାପାତ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ । ଏହାଛଡା ସେ ୧୦ ବର୍ଷ ଧରି ଦଇତାପତି ନିଯୋଗର ସଭାପତି ରହିଥିଲେ ।

Comments are closed.