୨୪ ଘଂଟାରେ ରାଜ୍ୟରେ ରେକର୍ଡ ଟେଷ୍ଟିଂ : ଦିିନିକିଆ ଆକ୍ରାନ୍ତ ତାଲିକାରେ ଚତୁର୍ଥ ସ୍ଥାନକୁ ଖସିଲା ଗଂଜାମ

ଭୁବନେଶ୍ୱର : କୋରୋନା ମୁକାବିଲା ପାଇଁ ଦିନକୁ ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଲଗାତର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୪୭୮ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ୪୭ ହଜାର ୫୧୨ ଆଂଟିଜେନ୍ ଟେଷ୍ଟିଂ ହୋଇଥିବା ବେଳେ ଆରଟିପିସିଆର୍ ଟେଷ୍ଟିଂ ସଂଖ୍ୟା ହେଉଛି ୫ ହଜାର ୮ ଶହ ୪୯ । ଗତକାଲି ରାଜରେ ୫୩ ହଜାର ନମୁନା ପରୀକ୍ଷା ହୋଇଥିଲା । ରାଜ୍ୟରେ ନମୁନା ପରୀକ୍ଷା ସଂଖା ୧୦ ଲକ୍ଷ ଅତିକ୍ରମ କରିଛି ।

ଗତ ୪-୫ ଦିନ ମଧ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇବାରେ ଲାଗିଛି । ଏଣେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୨ ହଜାର ୮ ଶହ ୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୭୯୨ ମାମଲା ଆସିଥିବା ବେଳେ ଲୋକାଲ୍ କେସ ହେଉଛି ୧ ହଜାର ୧୦୬ ।

ଖୋର୍ଧା ଜିଲ୍ଲାରୁ ସବା ର୍ଧିକ ୫୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କଟକ ଜିଲ୍ଲାରୁ ୨୪୧ ଚିହ୍ନଟ ହୋଇଛନ୍ତି । ଏହି ତାଲିକାରେ ଗଂଜାମ ଚତୁର୍ଥ ସ୍ଥାନକୁ ଖସିଛି , ଯାହା କି ଜିଲ୍ଲାରେ ସ୍ଥିତିରେ ଉନ୍ନତିକୁ ଦର୍ଶାଉଛି । ପ୍ରଥମ ଥର ପାଇଁ ନୟାଗଡରେ ୨ ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଜିଲ୍ଲାରୁ ମୋଟ ୨୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୭୦ ହଜାର ୨୦ ପଜିଟିଭଙ୍କ ମଧ୍ୟରୁ ୪୬ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ୨୨ ହଜାର ୬୫୧ ରହିଛି ।

Comments are closed.