ଓଡିଶା ହାତେଇଲା ଦୁଇଟି ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର

ଭୁବନେଶ୍ବର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୦ରେ ଓଡିଶାକୁ ସଫଳତା । ଓଡିଶାକୁ ଏଥର ଦୁଇ ଦୁଇଟି ପୁରସ୍କାର ମିଳିଛି । ସ୍ୱଚ୍ଛତା କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ଓଡିଶାକୁ ମିଳିଛି ଫାଷ୍ଟେଷ୍ଟ ମୁଭିଂ ରାଜ୍ୟର ପୁରସ୍କାର ।

ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ପୁରସ୍କାର ହାସଲ କରିଛି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମଧ୍ୟମ ସହରଗୁଡିକ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବ୍ରହ୍ମପୁର ସହର । ସ୍ୱଚ୍ଛତା ପାଇଁ ବେଷ୍ଟ ମିଡିୟମ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର ହାସଲ କରିଛି ବ୍ରହ୍ମପୁର ମହାନଗର ନିଗମ ।

ସ୍ୱଚ୍ଛତା ସର୍ଭେରେ ବ୍ରହ୍ମପୁର ମହାନଗର ନିଗମ ପୁରସ୍କାର ହାସଲ କରିଥିବାରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ମହାନଗର ନିଗମ କମିଶନର ଚକ୍ରବର୍ତି ରାଠୋର ଖୁସି ଜାହିର କରିଛନ୍ତି ।

Comments are closed.