ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରସଙ୍ଗ : ଜମି ପାଇଁ ରାଜ୍ୟସଭାରେ ଦାବି ଉଠାଇଲା ବିଜେଡି

ନୂଆଦିଲ୍ଲୀ – ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ଜମି ପାଇ ଁ ସଂସଦରେ ଦାବି ଉଠାଇଛି ବିଜେଡି । ରାଜ୍ୟସଭାରେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଏହି ଦାବି ଉପସ୍ଥାପନ କରିଥିଲେ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଡକ୍ଟର ପାତ୍ର । ଏ ପ୍ରସଙ୍ଗରେ ଗତବର୍ଷ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ୯ ମାସ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଖୁବ ଶୀଘ୍ର ଜମି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସସ୍ମିତ ।

Comments are closed.