ରାଜ୍ୟ କ୍ୟାବିନେଟ ବୈଠକରେ ତିନିଟି ପ୍ରସ୍ତାବକୁ ମଂଜୁରୀ , ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ହାଇଲେଭଲ ବ୍ରିଜ୍‌, ଓଡିଶା ଜିଏସଟି ଅଧିନିୟମରେ ହେବ ସଂଶୋଧନ

ଭୁବନେଶ୍ୱର –ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ତିନିଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଗୁରୁତ୍ୱପୂଣ୍ଣ ର୍ ନିଷ୍ପତି କ୍ରମରେ ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀରେ ହଳଦୀପଦାରେ ହାଇଲେଭଲ ବ୍ରିଜ ପ୍ରସ୍ତାକୁ ଅନୁମୋଦନ କରାଯାଇଚି । ଏହି ବ୍ରିଜ୍ ବାଲିଆପାଳ ଓ ଭୋଗରାଇ ସେତକୁ ସଂଯୋଗ କରିବ । ୯୯୩ ଦଶମିକ ୧୨ ମିଟର ଲମ୍ବା ବ୍ରିଜ ପାଇଁ ୧୩୮ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ହେବ । ବ୍ରିଜ କାମ ୩୦ ମାସରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ବୈଠକରେ ଓଡିଶା ଜିଏସଟି ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ବି ମଂଜୁରୀ ମିଳିଛି । ନୂଆ ବ୍ୟବସ୍ଥାରେ ପଂଜୀକୃତ ଟିକସଦାତା ଉପକୃତ ହେବେ । ଏହାଛଡା ଓଡିଶା ସ୍ଥାନୀୟ ପାଂଠି ସମୀକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ ବି ମଂଜୁରୀ ଦେଇଛି କ୍ୟାବିନେଟ୍ । ପାଣ୍ଠି ସମୀକ୍ଷାରେ ଏଣିକି ଡିଜିଟାଲ୍ ପଦ୍ଧତି ବି ଅବଲମ୍ବନ କରାଯାଇପାରିବ ।

Comments are closed.